ମାର୍ଚ୍ଚ ୧ ତାରିଖ କ୍ଷୀର ଲିଟର ପିଛା ୫୦ ଟଙ୍କା ରୁ ୧୦୦ ଟଙ୍କା ହେବ ଜାଣନ୍ତୁ କାରଣ …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ମାର୍ଚ୍ଚ ୧ ତାରିଖ କ୍ଷୀର ଲିଟର ପିଛା ୫୦ ଟଙ୍କା ରୁ ୧୦୦ ଟଙ୍କା ହେବ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବର୍ତ୍ତମାନ ଭାରତ ରେ କୃଷକ ଆନ୍ଦୋଳନ ବିଶ୍ୱ ସ୍ତର ରେ ଏକ ବିରାଟ ଆନ୍ଦୋଳନ ର ରୂପ ନେଲାଣି । ତେବେ ଏହି କୃଷକ ଆନ୍ଦୋଳନ କୁ ଦୃଷ୍ଟି ଆଗରେ ରଖି ଭାରତୀୟ କିସାନ ୟୁନିୟନ ପକ୍ଷରୁ କୃଷି ଆଇନ କୁ ବିରୋଧ କରି ଏକ ବଡ଼ ଘୋଷଣା କରାଯାଇଛି । 

 

ସିଙ୍ଗୁ ସୀମା ରେ ଭାରତୀୟ କିସାନ ୟୁନିୟନ ପକ୍ଷରୁ ଆୟୋଜିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ଘୋଷଣା କରାଯାଇଛି ଯେ, ମାର୍ଚ୍ଚ ୧ ତାରିଖ ରୁ କ୍ଷୀର ର ମୂଲ୍ୟ ଲିଟର ପିଛା ୫୦ ଟଙ୍କା ପରିବର୍ତ୍ତେ ୧୦୦ ଟଙ୍କା ରେ ବିକ୍ରି କରାଯିବ | ଭାରତୀୟ କିସାନ ୟୁନିୟନର ମୁଖ୍ୟ ମଲକିତ ସିଂ କହିଛନ୍ତି ଯେ ମାର୍ଚ୍ଚ ୧ ତାରିଖ ରୁ କୃଷକ ମାନେ(ଗୋପାଳକ) କ୍ଷୀରର ମୂଲ୍ୟ ବଢାଇବାକୁ ଯାଉଛନ୍ତି | ଏହା ପରେ ଲିଟର ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବା ଦୁଗ୍ଧ ବର୍ତ୍ତମାନ ଦୁଇଗୁଣ ମୂଲ୍ୟରେ ଅର୍ଥାତ୍ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେବ ।

 

 କ୍ଷୀର ଲିଟର ପିଛା ୧୦୦ ଟଙ୍କା ହେଲେ ଖାଉଟି ଙ୍କ ଉପରେ ପ୍ରଭାବ ପଡିବ କି ବୋଲି ପ୍ରଶ୍ନ ରେ ମଲକିତ ସିଂ କହିଛନ୍ତି ଯେ ଯଦି ଜନସାଧାରଣ ଏକ ଲିଟର ପେଟ୍ରୋଲ କୁ ୧୦୦ ଟଙ୍କା ଦେଇ ନେଇ ପାରିବେ, ତେବେ ଏକ ଲିଟର କ୍ଷୀର ପାଇଁ କାହିଁକି ୧୦୦ ଟଙ୍କା ଦେଇପାରିବେ ନାହିଁ | ଚାଷୀମାନେ ଏକ ଲିଟର କ୍ଷୀର ୫୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଏଥିରେ କୌଣସି ଲାଭ ମିଳୁନାହିଁ | ତେବେ ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନକରନ୍ତି ତେବେ ଆଗାମୀ ଦିନରେ ପନିପରିବା ଦର ଦ୍ୱିଗୁଣିତ ହେବ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *