ବନ୍ଧୁଗଣ ଏହି ୫ ଟି ଗଛ ଘର ପାଇଁ ଅତ୍ୟନ୍ତ ଶୁଭ । ମା ଲଷ୍ମୀ କେବେ ଘର ଛାଡ଼ି ଯିବେନି । ସଦା ସର୍ବଦା ମା ଙ୍କ କୃପା ବନି ରହିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ୫ ଟି ଗଛ ବିଷୟରେ ଯାହା ଆପଣଙ୍କ ଭାଗ୍ୟ ତଥା ଆପଣଙ୍କ ଉପରେ ମା ଲଷ୍ମୀ ଙ୍କ କୃପା ବନି ରହିବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଗଛ ଲଗାଇବା ଏକ ମୃତ ବ୍ୟକ୍ତି କୁ ଜୀବନ ଦାନ କରିବା ସହ ସମାନ । 

 

ତେବେ ଗଛ ମଧ୍ୟ ଲଗାଇଲେ ଆପଣଙ୍କ ଉପରେ ବୁଧ ଦେବ ଙ୍କ କୃପା ଦୃଷ୍ଟି ବନି ରହିବ । ଯାହା ଫଳରେ ଆପଣ ଯେକୌଣସି ବେପାର ବାଣିଜ୍ୟ କଲେ ଆପଣ ସଦା ସର୍ବଦା ଖୁସି ରହିବେ ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ । ତେବେ ଗଛ ଖାଲି ଲଗାଇ ଦେଲେ ହେବନି ଏହାର ଯତ୍ନ ମଧ୍ୟ ନେବାକୁ ପଡିବ । ତେବେ ଆସନ୍ତୁ ଜାଣିବା ୫ ଟି ଗଛ ବିଷୟରେ ଯେଉଁ ଗଛ କୁ ମାତା ଲଷ୍ମୀ ସବୁଠାରୁ ଅଧିକ ଭଲ ପାଆନ୍ତି । 

 

କଦଳୀ ଗଛ – କଦଳୀ ଗଛ ଯାହା ବହୁତ ଶୁଭ ମାନନ୍ତି ଜଦି ଘରେ ଆପଣ ଏହାକୁ ଲଗାନ୍ତି ତେବେ ଘରୁ ବାହାରି ଗଲା ବେଳେ ଏହାକୁ ଦେଖିଲେ ଆପଣଙ୍କ କାର୍ଯ୍ୟ ସିଦ୍ଧି ହୁଏ । ଏହାକୁ ଶୁଭ କାର୍ଯ୍ୟରେ ଏବଂ ପୂଜାର୍ଚ୍ଚନା ରେ ମଧ୍ୟ ବ୍ୟବହାର କରାଯାଇଥାଏ । କଦଳୀ ଗଛ ଯେକୌଣସି ମାଟିରେ ହୋଇଥାଏ । ଏହି ଗଛକୁ ଅଧିକ ସୂର୍ଯ୍ୟ ଆଲୋକ ମିଳିଲେ ଏହା ବହୁତ ଜଲ୍ଦୀ ବଢ଼ିଥାଏ ।

 

ପାନ ଗଛ- ବନ୍ଧୁଗଣ ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛି ପାନ ଗଛ । ବନ୍ଧୁଗଣ ସାଧାରଣତଃ ପାନକୁ ପୂଜାରେ ବ୍ୟବହାର କରାଯାଇଥାଏ ଓ ପାନକୁ ଲୋକମାନେ ଖାଇ ମଧ୍ୟ ଥାନ୍ତି । ହେଲେ ବନ୍ଧୁଗଣ ଏହି ଗଛଟି ଘର ପାଇଁ ବହୁତ ଶୁଭ ହୋଇଥାଏ । ଏହି ଗଛକୁ ଘରେ ରଖିଲେ ଘର ମଧ୍ୟରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୁର ହୋଇଯାଇଥାଏ ।

 

ଅପରାଜିତା ଗଛ- ଏହାର ଫୁଲ ନୀଳ ଏବଂ ଧଳା ରଙ୍ଗର ହୋଇଥାଏ । ବୀଜରୁ ଏହା ଭଲ ବଢ଼ିଥାଏ ଏବଂ ମଝିରୁ ଖଣ୍ଡେ କାଟିଲେ ମଧ୍ୟ । ହେଲେ ବୀଜରୁ ଏହା ଅଧିକ ଭଲ ବଢ଼ିଥାଏ । ଶୀତ ଋତୁରେ ଫୁଲ ଫୁଟେ ନାହିଁ ଅନ୍ୟ ଋତୁରେ ଫୁଲ ଫୁଟେ । ମଟର ଭଳି ଏହାର ବୀଜ ହୋଇ ଥାଏ । ସୂର୍ଯ୍ୟ ଆଲୋକରେ ଭଲ ଫୁଲ ହୋଇ ଥାଏ । ପୂଜା ପାଠରେ ବ୍ୟବହୃତ ହୁଏ ଏବଂ ବହୁତ ଶୁଭ ବୋଲି ମାନନ୍ତି । ତେବେ ଆପଣ ଏହାକୁ ନିଶ୍ଚୟ ଲଗାନ୍ତୁ ।

 

ମନି ପ୍ଳାଣ୍ଟ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ମନି ପ୍ଳାଣ୍ଟ । ଆପଣ ମାନେ ନିଶ୍ଚୟ ଏହି ଗଛ ବିଷୟ ରେ ଶୁଣିଥିବେ । ବନ୍ଧୁଗଣ ଯଦି ଆପଣଙ୍କ ର ଆର୍ଥିକ ସ୍ଥିତି ଦୁର୍ବଳ ଅଛି ବା ଆପଣଙ୍କ ପାଖରେ ଧନର ଅଭାବ ଅଛି ତା ହେଲେ ଆପଣ ନିଶ୍ଚୟ ନିଜ ଘରର ଝରକା ପାଖରେ ମନି ପ୍ଳାଣ୍ଟ ଲଗାଇ ଦିଅନ୍ତୁ । ବନ୍ଧୁଗଣ ଏହି ଗଛଟି ଘର ପାଇଁ ବହୁତ ଶୁଭ ହୋଇଥାଏ । ଏହା ଆପଣଙ୍କ ଆର୍ଥିକ ସମସ୍ଯାକୁ ବହୁତ ଶୀଘ୍ର ଦୁର କରିଦେବ ଓ ଆପଣ ନିଜ ଜୀବନରେ ପ୍ରଚୁର ମାତ୍ରାରେ ଧନଲାଭ କରିବେ ।

 

ତୁଳସୀ ଗଛ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛି ତୁଳସୀ ଗଛ । ବନ୍ଧୁଗଣ ହିନ୍ଦୁଶାସ୍ତ୍ରରେ ତୁଳସୀ ଗଛକୁ ବହୁତ ପବିତ୍ର ମାନା ଯାଇଥାଏ ଓ ସବୁଘରେ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ ଅଟେ । ବନ୍ଧୁଗଣ ତୁଳସୀ ଗଛ ଏକ ଔଷଧୀୟ ଗଛ ମଧ୍ୟ ଅଟେ, ଏହାକୁ ଆୟୁର୍ବେଦରେ ମଧ୍ୟ ବହୁତ ବ୍ୟବହାର କରାଯାଇଥାଏ । ଆପଣ ଏହି ଗଛକୁ ନିଜ ଘରେ ନିଶ୍ଚୟ ଲଗାନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ଯା ରହିଛି ତେବେ ଏହି ଗଛର ଶୁଭ ପ୍ରଭାବ ହେତୁ ଆପଣଙ୍କ ସମସ୍ତ ସମସ୍ଯା ନିଶ୍ଚୟ ଦୁର ହୋଇଯିବ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *