ହ୍ୱାଟ୍ସଆପ୍ ର ନୂଆ  ପଲିସି: ଏହି ନୂଆ ସର୍ଭିସ ଆକ୍‌ସେପ୍ଟ ନକଲେ ଡିଲିଟ ହେବ ହ୍ୱାଟ୍ସଆପ୍ ଆକାଉଣ୍ଟ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ  କିପରି ହ୍ୱାଟ୍ସଆପ୍ ର ନୂଆ ପଲିସି ଯାହା କୁ ଆପଣ ଆକ୍‌ସେପ୍ଟ ନକଲେ ଡିଲିଟ ହେବ ହ୍ୱାଟ୍ସଆପ୍ ଆକାଉଣ୍ଟ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପୂର୍ବରୁ ହ୍ୱାଟ୍ସଆପ୍‌ ନିଜର ପଲିସିକୁ ନେଇ ଅନେକ ସମୟ ରେ ଚର୍ଚ୍ଚାରେ ରହି ଆସିଛି । ପ୍ରଥମେ ହ୍ୱାଟ୍ସଆପ୍‌ ୟୁଜରଙ୍କ ତଥ୍ୟ ଫେସ୍‌ବୁକ ସହିତ ଶେୟାର କରିବା ପାଇଁ ପିଲିସି ଆଣିଥିଲା । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ସେହିଭଳି ଆର ବର୍ଷ ଏକ ନୂଆ ଅପଡେଟ ଆଣିବାକୁ ଯାଉଛି । ଯାହାକୁ ଯଦି ଆପଣ ଆକ୍ସପେଟ ନ କରିବେ ତାହେଲେ ଆପଣ ଙ୍କ ଆକାଉଣ୍ଟ କଟିଯିବ । 

 

WABetainfo ରିପୋର୍ଟ ଅନୁସାରେ, ୟୁଜର୍ସଙ୍କୁ ଏହି ପ୍ରକାର ସୂଚନା ଚାଟ୍‌ ମାଧ୍ୟମରେ ନଦେଇ ବ୍ୟାନର ହିସାବରେ ଦିଆଯିବ। ଏହି ବ୍ୟାନର ଉପରେ ଟ୍ୟାପ୍‌ କଲେ ୟୁଜର୍ସ ଏକ୍ସଟର୍‌ନାଲ ୱେବ୍‌ସାଇଟ୍‌କୁ ଯାଇ ସେଠାରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ।

ରିପୋର୍ଟ ଅନୁସାରେ, ‘ଇନ୍‌ ଆପ୍‌ ଆନାଉନ୍ସମେଣ୍ଟ’ର ବ୍ୟବହାର କରି କମ୍ପାନୀ ୟଜର୍ସଙ୍କୁ ନୂଆ ଟର୍ମସ ଅଫ୍‌ ସର୍ଭିସ୍‌ ଅପ୍‌ଡେଟ୍ ପଠାଇବ। ସମସ୍ତଙ୍କୁ ଏହାକୁ ଆକ୍‌ସେପ୍ଟ କରିବାକୁ ପଡ଼ିବ। ତେବେ ବର୍ତ୍ତମାନ କମ୍ପାନୀ ଏହାକୁ ପବ୍ଲିକ ପାଇଁ ଜାରି କରି ନାହିଁ। କିନ୍ତୁ ଆସନ୍ତା ସପ୍ତାହରେ ଏହା ଜାରି ହୋଇପାରେ। ଏନେଇ WABetainfo ଏକ ସ୍କ୍ରିନ୍‌ଶଟ୍‌ ମଧ୍ୟ ଜାରି କରିଛି।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *